ଗିରୀଶ ମୁର୍ମୁଙ୍କୁ ତାଛଲ୍ୟ, ଓଡ଼ିଆଙ୍କୁ ଅପମାନ ଏବଂ ଓଡ଼ିଆ ବିରୋଧୀ କେଦାର ମିଶ୍ରଙ୍କ କାମଳ ସାମ୍ବାଦିକତା

ଭୁବନେଶ୍ୱର – ଯାହାକୁ କାମଳ ରୋଗ ହୋଇଥାଏ ତାହାକୁ ସାରା ଦୁନିଆଟା ହଳଦିଆ ଦେଖାଯାଏ । ଏହି କାମଳ ରୋଗରେ ପିଡିତ ରୋଗୀର ଦୃଷ୍ଟିଭଙ୍ଗିରେ ଅନ୍ୟ ଭଲ ଲୋକର ମୁହଁ ବି ହଳଦିଆ ଦେଖାଯାଏ । ଠିକ ସେମିତି ହେଉଛି କାମଳ ସାମ୍ବାଦିକତା । ନିଜକୁ ଯାହା ଭଲ ଲାଗେନି ବା ଯାହା ନିଜ ବିଚାରଧାରାର ବିରୋଧରେ ଥାଏ ବା ନିଜର ପୃଷ୍ଠପୋଷକଙ୍କର ସ୍ୱାର୍ଥକୁ ହାନି କରେ ତାହା ତାଙ୍କ ପାଇଁ ପୁରା ହଳଦିଆ, ମାନେ ପୁରା ବିଷ । ଏଥିପାଇଁ ସେମାନେ ସବୁ ସୀମା ସରହଦ ଡେଇଁ ଯିବା ପାଇଁ ପ୍ରସ୍ତୁତ । ସାମ୍ବାଦିକତାର ସବୁ ନୀତି ନିୟମ ଏମାନଙ୍କ ପାଇଁ ସେତେବେଳେ ତୁଛ ହୋଇଯାଏ ।

କେବଳ ଆଦିବାସି ସମାଜ ନୁହେଁ ବଂର ସାରା ଓଡିଶା ପାଇଁ ଗର୍ବ ହେଉଛନ୍ତି ମୟୁରଭଂଜର ଓଡିଆ ପୁଅ ଗିରିଶ ମୁର୍ମୁ । ଜଣେ ଦକ୍ଷ ପ୍ରଶାସକ, ଜଣେ ସ୍ୱଛ ପ୍ରଶାସନିକ ଅଧୀକାରି ଭାବେ ତାଙ୍କର ସୁନାମ ସାରା ଦେଶରେ ଅଛି । ସେଥିପାଇଁ ତ ତାଙ୍କୁ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ଜାମ୍ମୁ କାଶ୍ମୀରର ମୁଖ୍ୟ ପ୍ରଶାସକ ଭାବେ ଗୁରୁ ଦାୟୀତ୍ୱ ଦିଆଯାଇଥିଲା । ସେ ହୋଇଥିଲେ ସେଠିକାର ପ୍ରଥମ ଲେଫ୍ଟନାଂଟ ଗଭର୍ଣ୍ଣର । ଖାଲି ସେିତିକି ନୁହେଁ ସେ ଏବେ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି । ସେହି ପଦବିରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ଓଡିଶା ପାଇଁ ଏହା ଅତ୍ୟନ୍ତ ଗର୍ବର କଥା । ତାଙ୍କୁ ସରକାର ସିଏଜି ପଦରେ ନିଯୁକ୍ତି କରିବା ପାଇଁ ଜାମ୍ମୁ କାଶ୍ମୀରର ଲେଫ୍ଟନାଂଟ ଗଭର୍ଣ୍ଣର ପଦରୁ ଅବ୍ୟାହତି ଦେଲେ । ହେଲେ ତାଙ୍କର ଏହି ପଦୋନ୍ନତି କିଛି ତଥାକଥିତ ସାମ୍ବାଦିକଙ୍କ ଆଖିରେ ଯାଉନି । ଯିଏ ସାରା ଦେଶର ବର୍ତମାନ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ କାମ କରୁଛନ୍ତି ସିଏ କୁଆଡେ ଅଯୋଗ୍ୟ ଓ ଚାଟୁକାର । କିଛି ନିର୍ଦ୍ଧିଷ୍ଟ ବିଚାରଧାରାର ଝଣ୍ଡା ଧରିଥିବା ଗଣମାଧ୍ୟମ ଏବେ ଏପ୍ରକାର ଖବର ପ୍ରସାରରେ ପୁରା ଜୋର ଲଗାଇଛନ୍ତି । ସେହି ବର୍ଗର ଲେଖକ/ସାମ୍ବାଦିକ ମାନଙ୍କର ଏବେ ଗୋଟିଏ କାମ । ଓଡିଶାର ଗର୍ବ, ଗାରିମା ଉପରେ ପ୍ରଶ୍ନ ଉଠାଓ । ଓଡିଆ ଲୋକମାନଙ୍କ ମନରେ ନିଜର ଅସ୍ମିତା ଉପରେ ସନ୍ଦେହ ତିଆରି କର । ସେହି ଭଳି ସାମ୍ବାଦିକ ଓ ବୁଦ୍ଧିଜିବିମାନେ ଏତେ ଦଳିତ ବିରୋଧି ଯେ ଜଣେ ଆଦିବାସି ଯିଏ ପୁରା ଗରିବ ପରିବାରରୁ ଉଠି ଦେଶର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭଳି ପଦରେ ନିଯୁକ୍ତି ପାଇଲେ ତାଙ୍କୁ ସେମାନେ ସହି ପାରିବେନି ।

ପୂର୍ବରୁ ସେହି ସାମ୍ବାଦିକ ଜଣକ ଓଡିଶାର ଆଉ ଜଣେ ମହାନ ଯୁଗପୁରୁଷ ଭୀମ ଭୋଇଙ୍କ ବିରୋଧରେ ତୁଛା ଡାହା ମିଛ କଥା ଗୁଡିଏ ଲେଖି ବିବାଦକୁ ଆସିଥିଲେ । ଭୀମ ଭୋଇଙ୍କ ଭଳି ଜଣେ ସନ୍ଥ ଯିଏ ଏକ ଗରିବ କନ୍ଧ ଦଳିତ ପରିବାରରେ ଜନ୍ମ ହୋଇଥିଲେ, ପିଲାବେଳେ ତାଙ୍କ ବାପାଙ୍କୁ ହରାଇଥିଲେ, ଜନ୍ମରୁ ପୁଣି ଅନ୍ଧ ଥିଲେ, ତାଙ୍କ ବିରୋଧରେ ବି ଅପପ୍ରଚାର କରିବାକୁ ପଛାଇ ନଥିଲେ ଏହି ସାମ୍ବାଦିକ । ଅପପ୍ରଚାରର ମାତ୍ରା ଓ ଶବ୍ଦ ଏତେ ମାରାତ୍ମକ ଯେ ଏହାକୁ ପ୍ରତିବାଦ ନକଲେ ନିଜକୁ ଧିକ୍କାର ଲାଗିବ । ଘଟଣା ଟି ହେଉଛି ଏପରି । ଜର୍ମାନୀର ହିଡେଲବର୍ଗ ବିଶ୍ୱବିଦ୍ୟାଳୟ ଭୀମଭୋଇଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି । ସେହି ପୁସ୍ତକରେ ଏକ ଲେଖା ଅଛି ଯାହାର ଆଲେଖ୍ୟ ହେଉଛି “ଭୀମଭୋଇ ଆଣ୍ଡ ହିଜ ଫିମେଲ କନସର୍ଟ” । ସେହି ଲେଖାଟିକୁ ଜଣେ ଓଡିଆ ଲେଖକ ଲେଖିଛନ୍ତି । ସେହି ଲେଖାର ସାରାଂଶ ବା ଯାହାକୁ କନକ୍ଲୁଜନ ବୋଲି କୁହାଯାଉଛି ସେଥିରେ ଲେଖାଯାଇଛି ଯେ ଭୀମଭୋଇଙ୍କର ଅନେକ ମହିଳାଙ୍କ ସହିତ ଶାରୀରିକ ସର୍ମ୍ପକ ଥିଲା । ସେ ତାଙ୍କ ଯୁବାବସ୍ଥାରେ ଜଣେ ଲେଡି କିଲର ଥିଲେ । ଭାରତୀୟ ସମାଜରେ ସନ୍ଥମାନଙ୍କର ଯେଉଁ ବ୍ୱକ୍ତିତ୍ୱ (ଇମେଜ) ଅଛି ସେପରି ବ୍ୱକ୍ତିତ୍ୱ ଭୀମ ଭୋଇଙ୍କର ନାହିଁ । ଏଭଳି ଅତ୍ୟନ୍ତ ଆପତିଜନକ କଥା ଲେଖାଯାଇଛି ସେହି ଲେଖାରେ । ଭାବନ୍ତୁ ଯିଏ ଜନ୍ମରୁ ଅନ୍ଧ, ଯାହାର ଜନ୍ମ ଗୋଟିଏ ଗରିବ କନ୍ଧ ପରିବାରରେ, ଯିଏ ସାରା ଜିବନ ବିତାଇଦେଲେ ସମାଜର ନିଷ୍ପେସିତ, ଦଳିତ ବର୍ଗର ପୁନର ଉତ୍‌ଥାନ ପାଇଁ ସେ ପୁଣି ଏପରି ଚରିତ୍ରର ଅଧିକାରି ଥିଲେ । ସେ ଜଣେ ଲେଡି କିଲର ଥିଲେ, ତାଙ୍କର ଅନେକ ମହିଳାଙ୍କ ସହିତ ଶାରିରିକ ସର୍ମ୍ପକ ଥିଲା ଏହା କଣ ବିଶ୍ୱାସଯୋଗ୍ୟ । ଏହା ହେଉଛି ସମଗ୍ର ଦଳିତ ସମାଜର ଅପମାନ, ସମଗ୍ର ଭାରତୀୟ ସଂସ୍କୃତି, ସନ୍ଥ ସମାଜର ଅପମାନ । ଜଣେ ଦଳିତ ବିରୋଧୀ, ସାଧୁ ସନ୍ଥ ବିରୋଧୀ ମାନସିକତାର ଲୋକ ହିଁ ଏପରି ଲେଖା ଲେଖିପାରନ୍ତି । ବୈଦଶିକ ଶକ୍ତି ବିଶେଷ ଭାବେ ଯେଉଁମାନେ ଭାରତରେ ଧର୍ମାନ୍ତିକରଣ କରିବା ପାଇଁ ଚାହାନ୍ତି ସେମାନଙ୍କର ସ୍ୱାର୍ଥ୍ୟ ହାସଲ କରିବା ପାଇଁ ଏମାନଙ୍କର କଲମ କେଉଁ ସ୍ତରକୁ ବି ଖସିଯାଇପାରେ ।

ଏବେ ରାମ ମନ୍ଦିର ଭୂମି ପୁଜନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଗଦାନ ବି ସେମାନଙ୍କର ସେକୁଲାର ଆଖିରେ ଗଲାନି । ସେଥିପାଇଁ ସେହି କାର୍ଯ୍ୟକ୍ରମର ଜିରାରୁ ଶିରା କାଢିବା ପାଇଁ ପଛାଇ ନାହାନ୍ତି । ସାରା ଦେଶ ଯେତେବେଳେ ରାମମୟ ହେଉଛି ସେତେବେଳେ ସେହି ବର୍ଗର ଲେଖକମାନଙ୍କ ପିଡା ହେବା ସ୍ୱାଭାବିକ ।

ଯେଉଁ ଭଳି ଭାବେ ସହରି ନକ୍ସଲ, ଧର୍ମାନ୍ତିକରଣ ବେପାରି ଓ କିଛି ତଥାକଥିତ ମେଡିଆମାନଙ୍କର ଅସାଧୁ ମେଂଟ କାରଣରୁ ସେମାନେ ସାରା ଦେଶରେ ଦେଶର ନିଜ ସଂସ୍କୃତିକୁ ଅପମାନ କରିବା, ଦେଶ ଭିତରେ ବିଭାଜନର ମଂଜି ବୁଣିବା, ଦେଶର ମହାନ ସାଧୁ ପୁରୁଷ ଆଦିଙ୍କୁ ଅପମାନ କରିବା ଭଳି କାମ କରିଚାଲିଛନ୍ତି ଓଡିଶାରେ ବି ତାର ପ୍ରଭାବ ହେଉଛି ଏହି ଭଳି କାମଳ ସାମ୍ବାଦିକତା । ଭୀମ ଭୋଇଙ୍କୁ ବଦନାମ କରିବାର କଣ ଉଦ୍ଦେଶ୍ୟ ହୋଇପାରେ ? ଓଡିଶାରେ ଧର୍ମାନ୍ତିକରଣକୁ ପରୋକ୍ଷରେ ସାହାଯ୍ୟ କରିବା । ରାମ ମନ୍ଦିର ଭୂମି ପୁଜନ ଉସ୍ତ୍ରବର କେଁ କାହିଁକି କାଢିବା ? କାରଣ ଏଇଟା ହେଉଛି ହିନ୍ଦୁ ମାନଙ୍କର ବିଜୟର ଦିନ, ବଳିଦାନର ଦିନ । ଏହି ଦିନର ଗାରିମାକୁ ସେମାନେ ସହିବେ ବା କେମିତି ?


The Columnist is a Research Scholar in Utkal University, Bhubaneswar

Comments

comments